ଚିଡିଆଖାନାରେ ବାଘ ପିଞ୍ଜରାକୁ ଡେଇଁ ପଡିଲେ ବ୍ୟକ୍ତି, ତା’ପରେ…

ପଞ୍ଜାବ,୯।୧୨: ଚିଡିଆଖାନାରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଦୁର୍ଲଭ ପ୍ରଜାତିର କୀଟ ପତଙ୍ଗ, ସରୀସୃପ ମଧ୍ୟ ଦେଖିବାକୁ ପାଇଥିବେ। ଚିଡିଆଖାନାରେ ପର୍ଯ୍ୟଟକଙ୍କୁ ଜୀବଜନ୍ତୁଙ୍କ ଜନ୍ତା ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। କୌଣସି ବାହାର ଖାଦ୍ୟ ପଶୁପକ୍ଷୀଙ୍କୁ ନ ଦେବା ସହ ଦୂରରେ ରହି ସେମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ହେଲେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ପାକିସ୍ତାନର ବହାବଲପୁରରେ ଥିବା ଶେରବାଗ ଚିଡିଆଖାନାର ଏକ ଛାତିଥରା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଚିଡିଆଖାନାର କର୍ମଚାରୀ ବାଘର ପିଞ୍ଜରାରେ ଜଣେ ବ୍ୟକ୍ତିଙ୍କର ଅଧା ଖିଆ ମୃତ ଶରୀର ଠାବ କରିଛନ୍ତି। ଅନୁମାନ କରାଯାଉଛି କି, ବ୍ୟକ୍ତିଜଣକ ବାଘର ପିଞ୍ଜରା ଭିତରକୁ ଚାଲିଯାଇଥିଲେ। ଯେଉଁଠି ବାଘ ତାଙ୍କୁ ଆକ୍ରମଣ କରିଛି।

ବନ୍ୟଜୀବ ବିଭାଗର ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ କହିଛନ୍ତି, ଏବେ ପୋଷ୍ଟମର୍ଟମ ରିପୋର୍ଟ ଜାରି କରାଯାଇ ନାହିଁ। କିନ୍ତୁ ସଦ୍ୟ ସ୍ଥିତିରୁ ଜଣାପଡିଛି କି, ବ୍ୟକ୍ତି ଜଣକ ଜୀବିତ ଥିବାବସ୍ଥାରେ ବାଘ ଆକ୍ରମଣ କରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଘଟଣା ହେଉଛି ବାଘ ପିଞ୍ଜରାରୁ ବାହାରକୁ ଯାଇ ଆକ୍ରମଣ କରିନାହିଁ। ତେବେ ବ୍ୟକ୍ତି ପିଞ୍ଜରା ଭିତରକୁ ଆସିଥିବା ଅନୁମାନ କରାଯାଉଛି। କିନ୍ତୁ ମାମଲାର ତଦନ୍ତ ହେବା ପୂର୍ବରୁ ଚିଡିଆଖାନା କର୍ତ୍ତୁପକ୍ଷ ମୃତ ବ୍ୟକ୍ତିଙ୍କୁ ପାଗଳ ବୋଲି କହିଛନ୍ତି। ଘଟଣା ପରେ ଚିଡିଆଖାନାକୁ ବନ୍ଦ କରିଦିଆଯାଇଛି।

Share