ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ ପାକିସ୍ତାନରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହାପୂର୍ବରୁ ଡିସେମ୍ବର ୪ରେ ବି ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share