ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ପୁଅଙ୍କ ସହ ଫୋନରେ କଥା ହେବାକୁ ମିଳିଲା ଅନୁମତି

ଇସଲାମାବାଦ,୧୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ସ୍ବତନ୍ତ୍ର କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁଯାୟୀ, ଅଧିକାରୀ ଗୋପନୀୟତା ଅଧିନିୟମ ସ୍ବତନ୍ତ୍ର କୋର୍ଟ ଇମ୍ରାନ୍‌ ଖାନଙ୍କୁ ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ ଫୋନରେ କଥା ହେବାକୁ ଅନୁମତି ଦେଇଛନ୍ତି।

ଇମ୍ରାନ୍‌ ଖାନ ଦୀର୍ଘ ଦିନ ଧରି ତାଙ୍କ ଓକିଲଙ୍କ ସମେତ ତାଙ୍କ ପୁଅମାନଙ୍କ ସହ କଥା ହେବା ପାଇଁ ଦାବି କରିଆସୁଥିଲେ। ଇମ୍ରାନ୍‌ଙ୍କ ଜଣେ ଓକିଲ ଶିରାଜ ଅହମ୍ମଦ ରଞ୍ଜା ଦାବି କରିଛନ୍ତି ଯେ, ପିଟିଆଇ ମୁଖ୍ୟ ଏବଂ ତାଙ୍କ ପୁଅଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ କରିବାକୁ କୋର୍ଟ ଅଟକ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ କଥାବାର୍ତ୍ତା କରିବାକୁ ଅନୁମତି ଦେଇନାହାଁନ୍ତି।

Share