ଇସଲାମାବାଦ,୮।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସାଇଫର ମାମଲାରେ ଆଶ୍ୱସ୍ତି ମିଳିଛି। ସରକାରୀ ଗୋପନିୟତା ଅଧିନିୟମ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କ ଜାମିନ ନିଶ୍ଚିତ କରିବା ପରେ ସୋମବାର ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସାଇଫର ମାମଲାରେ ଇମ୍ରାନ ଖାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଚାଲିଛି। ତେବେ ଜାମିନ ପାଇବା ପରେ ମଧ୍ୟ ପିଟିଆଇ ମୁଖ୍ୟ ଆଦିଆଲା ଜେଲରେ ରହିବେ। ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ ଇମ୍ରାନ୍ ଖାନଙ୍କୁ ମଧ୍ୟ ଗିରଫ କରାଯାଇଛି।