ଭୋକ ଉପାସରେ ପାକିସ୍ତାନ

ଇସଲାମାବାଦ,୧୪ା୧: ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଅଟା ଏବଂ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି। ଅଟା ଅଭାବ ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ ସାହାଯ୍ୟ ଆଶା କରୁଥିବା ଲୋକମାନେ ନିରାଶ ହୋଇଛନ୍ତି। ଶସ୍ୟର କଳା ବଜାର ବୃଦ୍ଧି ପାଇଛି। ଦୈନନ୍ଦିନ ସାମଗ୍ରୀ ପାଇବା ପାଇଁ ଏଠାରେ ଏକପ୍ରକାର ସଂଘର୍ଷ ଜାରିରହିଛି।

ଅଟା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଦେଖାଯାଉଛି। ଖାଦ୍ୟ ସଙ୍କଟ ଏବଂ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଥିବା ପାକିସ୍ତାନର ଅନେକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଟା ଖାଉଥିବା ଲୋକ ମଧ୍ୟ ଛଡ଼ାଇ ନେଉଛନ୍ତି। ଏହି ସଙ୍କଟରେ ପିଲାମାନେ ମଧ୍ୟ ଖାଦ୍ୟ ପାଇପାରୁ ନାହାନ୍ତି। ଲୋକମାନେ ସରକାରଙ୍କ ଉପରେ ବର୍ଷିବା ସହ ମୁଦ୍ରାସ୍ଫୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share