Categories: ଖେଳ

୧୩୭ରେ ଅଟକିଲା ପାକିସ୍ତାନ, ଭାରତର ବ୍ୟାଟିଂ ଜାରି

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ୍‌ କରିଛି। ଫଳରେ ଭାରତ ଆଗରେ ୧୩୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ପାକିସ୍ତାନ।

ଭାରତ ବ୍ୟାଟିଂ ଆରମ୍ଭକରି ୧୨ ଓଭରରେ ୫ ଉଇକେଟ ହରାଇ ୬୫ ରନ୍‌ କରିଛି। ଓପନର ସାବିନେନେ ମେଘନା ୧୫ ରନ୍‌ କରିଥିବା ବେଳେ ସ୍ମୃତି ମାନ୍ଧନା ୧୭ ରନ୍‌ କରି ଆଉଟ ହୋଇଛନ୍ତି। ସେହିପରି ଜେମିମା ରୋଡ୍ରିଗୁସ ୨ ରନ୍‌ କରି ଥିବା ବେଳେ ଦୟାଲମ ହେମଲତା ୨୦ ରନ୍‌ରେ ଆଉଟ ହୋଇଛନ୍ତି। ଏନେଇ ଭାରତ ସଙ୍କଟରେ ପଡ଼ିଛି।

Share