ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି । ଅନେକ ନେତା ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଇଛି । ଆଉକିଛି ନେତା ଭୟରେ ଅତ୍ମଗୋପନ କରିଛନ୍ତି। ସେନା କମାଣ୍ଡ ନେଇ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା। ଏହି ସମୟ ମଧ୍ୟରେ ବାଂଲାଦେଶରେ ଅନେକ ହତ୍ୟାକାଣ୍ଡ ଘଟିଛିା।

ବାଂଲାଦେଶର ଏହି ଖରାପ ଅବସ୍ଥା ପଛରେ ପାକିସ୍ତାନୀ ଆଇଏସଆଇ ମଧ୍ୟ ରହିଛି ବୋଲି କୁହାଯାଉଛି ା ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ବାଂଲାଦେଶର ଅବସ୍ଥା ଉପରେ ହସୁଥିଲା। କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଭୟଭୀତ। ବାଂଲାଦେଶର ସ୍ଥିତିକୁ ନେଇ ପାକିସ୍ତାନ ଏବେ ନିଜ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି। ବାଂଲାଦେଶ ଭଳି ବର୍ତ୍ତମାନ ପାକିସ୍ତାନର ଛାତ୍ରନେତାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି । ପିଟିଆଇର ଛାତ୍ର ସଂଗଠନ ଏକ ପଦଯାତ୍ରା ଘୋଷଣା କରିଛି। ଏହି କାରଣରୁ ପାକିସ୍ତାନ ସରକାର ଭୟଭୀତ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ଏକ ଧମକ ପତ୍ର ଜାରି କରିଛି। ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ପାକିସ୍ତାନ ସରକାରଙ୍କୁ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଧମକ ପତ୍ରରେ ଏହା ଲେଖାଯାଇଛି ଯେ, ପିଟିଆଇର କିଛି ଦୁର୍ଦ୍ଦଶ ନେତା ଛାତ୍ରମାନଙ୍କୁ ଆଗରେ ରଖି ଆଇନ ଶୃଙ୍ଖଳାକୁ ସଙ୍କଟରେ ପକାଇବାକୁ ଚେଷ୍ଟା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image