ଗୌରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୪।୧୦: ପାକିସ୍ତାନ ଗୌରୀ କ୍ଷେପଣାସ୍ତ୍ରକୁ ମଙ୍ଗଳବାର ସଫଳତାର ସହ ପରୀକ୍ଷଣ କରିଛି। ଏହି ସୂଚନା ଦେଇ ପାକିସ୍ତାନୀ ସେନା ଏକ ବିବୃତ୍ତି ଜାରି କରିଛି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ପାକିସ୍ତାନ ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅବାବିଲ ମଧ୍ୟ ପରୀକ୍ଷଣ କରିଥିଲା। ପାକିସ୍ତାନୀ ସେନା ବିବୃତ୍ତିରେ କହିଛି , ଏହି ଉ୍‌ତକ୍ଷେପଣର ଉଦ୍ଦେଶ୍ୟ ଥିଲା ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ପ୍ରସ୍ତୁତି ଏବଂ କାର୍ଯ୍ୟକଳାପ ଯାଞ୍ଚ କରିବା।

ଗୌରୀ କ୍ଷେପଣାସ୍ତ୍ର ପାକିସ୍ତାନ ସେନାର କମାଣ୍ଡର ଅଫ ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକଙ୍କ ସମ୍ମୁଖରେ ଉତ୍‌କ୍ଷେପଣ କରାଯାଇଛି। ସଫଳ ପରୀକ୍ଷଣ ପାଇଁ କମାଣ୍ଡର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୌରୀ କ୍ଷେପଣାସ୍ତ୍ରର ଏହି ପରୀକ୍ଷଣ ଆମେରିକାର ପଦକ୍ଷେପ ପରେ ଆସିଛି ଯେଉଁଥିରେ ଆମେରିକା ତିନୋଟି ଚାଇନାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି କମ୍ପାନୀଗୁଡିକ ଏହାର ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ପାକିସ୍ତାନକୁ ଯନ୍ତ୍ରପାତି ଯୋଗାଉଥିବା ଅଭିଯୋଗ ହୋଇଛି। ଏହି ସଫଳ ଉତ୍‌ପେକ୍ଷଣ ପାଇଁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି, ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଏବଂ ସେନାର ବରିଷ୍ଠ ଅଧିକାରୀମାନେ ଅଭିନନ୍ଦନ ଜଣାଇଛନ୍ତି।

Share