ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହା ପୂର୍ବ ମିଶାଇଲ ତୁଳନାରେ ୨ ଗୁଣା ଶକ୍ତିଶାଳୀ ବୋଲି କୁହାଯାଉଛି । ପାକିସ୍ତାନ ସ୍ଥଳ ସେନା ମଙ୍ଗଳବାର ଏକ ବୟାନରେ କହିଛି ବାବର ମିଶାଇଲ ସ୍ଥଳଭାଗ ଅପେକ୍ଷା ସମୁଦ୍ରରେ ଅଧିକ ଭଲଭାବେ ସଠିକ୍ ଲକ୍ଷ୍ୟ ଭେଦ କରିପାରିବ । ଗତ ଫେବୃୟାରୀରେ ପାକିସ୍ତାନ ବାବର କ୍ରୁଜ ମିଶାଇଲର ପୂର୍ବବର୍ତ୍ତି ସଂସ୍କରଣର ପରୀକ୍ଷା କରିଥିଲା । ଯାହା ୪୫୦ କିଲୋମିଟର ଭିତରେ ଲକ୍ଷ୍ୟ ଭେଦ କରିପାରିବାର କ୍ଷମତା ଥିଲା । ସୂଚନାଯୋଗ୍ୟ, ଏହାଦ୍ୱାରା ପାକିସ୍ତାନ ସେନାର ଶକ୍ତି ବୃଦ୍ଧି ହୋଇଛି ।

Share