ଇସଲାମାବାଦ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫ ବଡ ଆଶ୍ୱସ୍ତି ଦେଇଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଏଫଏଟିଏଫ (ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ଧୂଷର ତାଲିକାରେ ସାମିଲ କରିଥିଲା । ଏବେ ପାକିସ୍ତାନ ଏଥିରୁ ବାହାରି ଯାଇଛି । ଶୁକ୍ରବାର ପ୍ୟାରିସରେ ଏଫଏଟିଏଫର ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି । ତେବେ ଗ୍ରେ ଲିଷ୍ଟରେ ରହିବାକୁ ପାକିସ୍ତାନକୁ ବହୁତ କ୍ଷତି ହୋଇଛି । ୪ ବର୍ଷ ମଧ୍ୟରେ ପାକିସ୍ତାନ ହରାଇଛି ପ୍ରାୟ ୩ ଲକ୍ଷ କୋଟି ।
ସୂଚନାଯୋଗ୍ୟ, ୨୦୧୮ରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରାଯାଇଥିଲା । ପାକିସ୍ତାନକୁ ମନି ଲଣ୍ଡରିଂ ଉପରେ ଏସିଆ ପାସିଫିକ ଗ୍ରୁପ ସହ କାମ କରି, ଆଣ୍ଟି ମନି ଲଣ୍ଡରିଂ ଓ ଆତଙ୍କବାଦ ବିରୋଧି ବିତ୍ତପୋଷଣ ପ୍ରାଣାଳୀକୁ ସୁଧାରିବାକୁ କରିବାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଖବର ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଖୁସିର ସୀମା ରହିଲା ନାହିଁ ।
Posted inଅନ୍ତର୍ଜାତୀୟ