ଆମେରିକା କୂଟନୀତିଜ୍ଞଙ୍କୁ ସମନ ଜାରି କଲା ପାକିସ୍ତାନ

ଇସ୍‌ଲାମାବାଦ,୨।୪: ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଇସ୍‌ଲାମାବାଦ ଆମେରିକାର ବରିଷ୍ଠ କୂଟନୀତିଜ୍ଞ ଆଙ୍ଗେଲା ପି ଆଗେଲରଙ୍କୁ ସମନ ଜାରି କରି ପ୍ରତିବାଦ କରିଛି।

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ରହିଥିବା ସେ ଅଭିଯୋଗ କରିଆସୁଛନ୍ତି। ତେବେ ଆମେରିକା ପରରାଷ୍ଟ୍ର ବିଭାଗ ଇମ୍ରାନଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଇମ୍ରାନ୍‌ ରାଷ୍ଟ୍ରକୁ ଏକ ଟେଲିଭିଜନ ବାର୍ତ୍ତା ଦେବା ଅବସରରେ ଆମେରିକାରୁ ଧମକପୂର୍ଣ୍ଣ ଚିଠି ମିଳିଥିବା କଥା କହିଥିଲେ। ତାଙ୍କୁ କ୍ଷମତାରୁ ହଟାଇବା ଲାଗି ଏହା ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଥିଲେ।

Share