ଇମ୍ରାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁମତି ଦେଲେ ପାକ ସୁପ୍ରିମକୋର୍ଟ

ଇସଲାମାବାଦ,୮ ।୧୨: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଦ ନ୍ୟୁଜ ଇଣ୍ଟନ୍ୟାଶନାଲ ଏହି ଖବର ଦେଇଛି ।
ମୁଖ୍ୟ ବିଚାରପତି ଉମେର ଅତା ବାନ୍ଦିୟାଲ ଓ ବିଚାରପତି ଆୟଶା ଏ ମଲିକ ଓ ବିଚାରପତି ଅତହର ମିନଲ୍ଲାହଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଠ ପୀଠ ପାକିସ୍ତାନର ନିର୍ବାଚନ ଆୟୋଗ(ଇସିପି)ର ଆବେଦନ ଉପରେ ଶୁଣାଣି କରିଥିଲେ । ଏଥିରେ ପିଟିଆଇ ଦ୍ୱାରା ବିଭିନ୍ନ ହାଇ କୋର୍ଟରେ ଏହାର ଅବମାନନା ନୋଟିସକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ସ୍ଥାନାନ୍ତର ଏବଂ ଏକୀକରଣ ପାଇଁ ଅନୁରୋଧ କରାଯାଇଥିଲା । କୋର୍ଟ କହିଛନ୍ତି ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଖାଁ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରିଛନ୍ତି । ପିଟିଆଇ ନେତାଙ୍କ ବିରୋଧରେ ଦିଆଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଥିବା ଆପତ୍ତି ବିଶ୍ଳେଷଣ କରିବାକୁ କୋର୍ଟ ଇସିପି ପାଇଁ ପରାମର୍ଶଦାତାଙ୍କୁ କହିଛନ୍ତି ।

Share