ଶାହବାଜ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲା ତହରିକ-ଏ-ତାଲିବାନ, କହିଲା ସମଗ୍ର ପାକିସ୍ତାନରେ କର ଆକ୍ରମଣ

ଇସଲାମାବାଦ,୨୯ ।୧୧: ତହରିକ-ଏ-ତଲିବାନ ପାକସ୍ତାନ(ଟିଟିପି) ସୋମବାର ପାକିସ୍ତାନ ସରକାରଙ୍କ ଦ୍ୱାରା ଗତ ଜୁନରେ କରାଯାଇଥିବା ଅନିର୍ଦ୍ଦିଷ୍ଟ କାଳୀନ ଅସ୍ତ୍ରବରିତି ଉଲ୍ଲଂଘନ ଚୁକ୍ତିନାମାକୁ ରଦ୍ଦ କରି ଦେଇଛି । ଟିଟିପି ଏହାର ଯୋଦ୍ଧାଙ୍କୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛି । ଉଗ୍ରବାଦୀ ସଙ୍ଗଠନ ଏହାର ବୟାନରେ କହିଛି, ବିଭିନ୍ନ ଅଞ୍ଚଳରେ ସେନା ଅଭିଯାନ ମୁଜାହିଦ୍ଦିନ(ଆତଙ୍କବାଦୀ)ଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଦେଶରେ ଯେ କୌଣସି ସ୍ଥାନରେ ଆକ୍ରମଣ କରିବା ଜରୁରୀ ହୋଇପଡିଛି ବୋଲି କୁହାଯାଇଛି ।
ଦୀର୍ଘ ୧୭ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ପହଞ୍ଚିବାର ଗୋଟିଏ ଦିନ ପରେ ଏହି ବୟାନ ଜାରି କରାଯାଇଛି । ଏପଟେ ସେନା ମୁଖ୍ୟ ଜେନରାଲ ବାଜୱା ମଙ୍ଗଳବାର ଅବସର ନେବାକୁ ଯାଉଛନ୍ତି । ଟିଟିପି ପାକିସ୍ତାନୀ ତାଲିବାନ ଭାବେ ବି ପରିଚିତ । ୨୦୦୭ରେ ବିଭିନ୍ନ ଉଗ୍ରବାଦୀ ସଙ୍ଗଠନର ମିଳିତ ଗୋଷ୍ଠୀ ଭାବେ ଟିଟିପି ଗଠନ କରାଯାଇଥିଲା ।

Share