Categories: ଖେଳ

ରମିଜଙ୍କ ମୁହଁ ବନ୍ଦ କଲେ ବାବର, କହିଲେ-ଦିନକରେ ବଦଳି ପାରିିବୁ ନାହିଁ

କରାଚି,୨୧।୧୨: ଘରୋଇ ମଇଦାନରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ପାକିସ୍ତାନ ଟିମ୍‌ । ଟେଷ୍ଟ ଇତିହାସରେ ପ୍ରଥମ ଥର ଲାଗି ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି ଇଂଲଣ୍ଡ। ଏହି ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ହଲଚଲ ସୃଷ୍ଟି ହୋଇଛି। ବିଶେଷକରି ପିସିବି ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଏବଂ ଅଧିନାୟକ ବାବର ଆଜମ ମୁହାଁମୁହିଁ ହୋଇଛନ୍ତି।

ରମିଜ ନିଜର ଏକ ସାକ୍ଷାତକାରରେ ବାବରଙ୍କୁ ଟେଷ୍ଟରେ ମଧ୍ୟ ଟି୨୦ ଖେଳାଳିଙ୍କୁ ଖେଳାଇବା ନେଇ ପରାମର୍ଶ ଦେବେ ବୋଲି କହିଥିଲେ। ଏହାଫଳରେ ପାକିସ୍ତାନର ପ୍ରଦର୍ଶନ ଆକ୍ରମକ ହେବ ବୋଲି ସେ କହିଥିଲେ। ଏ ବିଷୟରେ ବାବରଙ୍କୁ ପଚରାଯିବାରେ ସେ ରମିଜଙ୍କ ବିରୋଧରେ ବୟାନ ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ବାବରଙ୍କୁ ପଚରାଯାଇଥିଲା ଯେ, ଆମେ ଟେଷ୍ଟ ମ୍ୟାଚ୍‌କୁ ଟି୨୦ ଭାବେ ଖେଳିବୁ। ଏମିତି ହେଲେ ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ମଇଦାନରେ ରହିପାରିବେ ନାହିଁ। ଏଥିସହ ଅଜହର ଅଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯିବ। ଏହାର ଜବାବରେ ବାବର କହିଛନ୍ତି, କାହାପାଇଁ କୌଣସି ରାସ୍ତା ବନ୍ଦ ହେବ ନାହିଁ। ସବୁବେଳପାଇଁ ତାଙ୍କ ପାଇଁ ସୁଯୋଗ ରହିବ। ସବୁ ଜିନିଷ ପାଇଁ ଯୋଜନା ଆବଶ୍ୟକ। ସବୁ ଫର୍ମାଟର ଏକ ନିୟମ ରହିଛି। ତଦନୁଯାୟୀ ଆମେ ଖେଳି ଆସୁଛୁ। ଗୋଟିଏ ସପ୍ତାହ କି ଗୋଟିଏ ଦିନରେ କିଛି ବଦଳି ଯାଇପାରିବ ନାହିଁ। ସେଥିପାଇଁ ସମୟ ଲାଗିବ। କୌଣସି ଚିନ୍ତାଧାରା ବଦଳାଇବା ପାଇଁ ସମୟ ଆବଶ୍ୟକ ବୋଲି ସେ କହିଛନ୍ତି।

Share