Categories: ଖେଳ

ପ୍ରଶ୍ନ ଘେରରେ ବାବରଙ୍କ ଟିମ୍‌, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ…

ନୂଆଦିଲ୍ଲୀ,୧୦।୧୦: ପ୍ରଶ୍ନ ଘେରରେ ପାକିସ୍ତାନ ଟିମ୍‌। ବିଶ୍ୱକପ୍‌ ୨୦୨୩ରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ ନିଜର ପ୍ରଦର୍ଶନ ସହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଏବେ ଦଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂରେ ଚିଟିଂ କରିଥିବା ଅଭିଯୋଗ ହେଉଛି।

ଦଳ ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ବୋଲରମାନଙ୍କ ବୋଲିଂ ପ୍ରଭାବ ଶୂନ୍ୟ ମନେ ହୋଇଥିଲା। କୁସାଲ ମେଣ୍ଡିସ ୭୭ ବଲ୍‌ରେ ୧୨୨ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳର ସ୍କୋର ବୋର୍ଡରେ ରନ୍‌ ବଢ଼ାଇ ଚାଲିଥିଲେ। ହେଲେ ୨୯ତମ ଓଭରରେ ସେ ବଡ ଶର୍ଟ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଇମାମ-ଉଲ-ହକ ଏହି କ୍ୟାଚ୍‌ ଧରିଥିଲେ। କ୍ୟାଚ୍‌ଟି ସେ ଠିକ୍‌ ଭାବେ ଧରିଥିଲେ ହେଁ ଏହାର ଫଟୋ ଭାଇରାଲ ପରେ ପାକିସ୍ତାନ ଟିମ୍‌ ପ୍ରଶ୍ନ ଘେରକୁ ଆସିଛି। କାରଣ ଉକ୍ତ ଫଟୋରେ ବାଉଣ୍ଡ୍ରି ଲାଇନ୍‌ ପଛକୁ ଯିବା ଭଳି ମନେ ହେଉଛି। ଏହାକୁ ନେଇ ଟୁଇଟର ବ୍ୟବହାରକାରୀ ଏହା କିଭଳି ସମ୍ଭବ ସେ ନେଇ ପ୍ରଶ୍ନ ଉଠାଉଛନ୍ତି।

Share