ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ
ଇସଲାମାବାଦ,୧୨।୧୨: ପାକିସ୍ତାନର ଡେରା ଇସମାଇଲ ଖାନ ଜିଲାର ଏକ ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ ସୁରକ୍ଷା କର୍ମୀ ନିହତ ହୋଇଥିବା ଜଣାପଡିଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀମାନେ ମଙ୍ଗଳବାର ଉତ୍ତର-ପଶ୍ଚିମ ପାକିସ୍ଥାନର ଇସମାଇଲ ଖାନ ଜିଲାର ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ବିସ୍ଫୋରକ ବୋଝେଇ ଗାଡିକୁ ପୋଲିସ ଷ୍ଟେଶନ ଭିତରକୁ ନେଇଯାଇଥିଲେ ଏବଂ ପରେ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ।

Share