ପାକିସ୍ତାନର ପେଶାୱରରେ ପୋଲିସ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଡିଏସପି ସମେତ ୩ ପୋଲିସ ମୃତ

ପେଶାୱର,୧୪ ।୧: ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ପାକିସ୍ତାନର ପେଶାୱରରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଡିଏସପି ସମେତ ୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ପେଶାୱରର ସରବନ୍ଦ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । କୁହାଯାଉଛି କି ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଥିଲେ । ସେମାନଙ୍କ ପାଖରେ ମାରଣାସ୍ତ୍ର ସହ ନାଇଟ ଭିଜନ ଗ୍ଲାସ ବି ଥିଲା ।

Share