ଇସଲାମାବାଦ୍, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଏହି କୋରିଡୋରର ଶୁଭାରମ୍ଭ କରାଯାଇଥିଲା। ଏହି ୪.୭ କିଲୋମିଟର ଲମ୍ବ କୋରିଡୋର ଭାରତର ଗୁରୁଦାସପୁରସ୍ଥିତ ଡେରା ବାବା ନାନକ ସାହିବକୁ ପାକିସ୍ତାନର କରତାରପୁରଠାରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ସଂଯୋଗ କରିଥାଏ। କରେନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ଭାରତ ସରକାରଙ୍କ ପକ୍ଷରୁ ମାର୍ଚ୍ଚରେ ବନ୍ଦ କରାଯାଇଥିଲା। ସେହିପରି କୋରିଡୋର ଦେଇ ଯାତ୍ରା କରିବାକୁ ପାକିସ୍ତାନ ପକ୍ଷରୁ ମଧ୍ୟ କଟକଣା ଜାରି ହୋଇଥିଲା। ତେବେ ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଏହାକୁ ଖୋଲିବାକୁ ପାକିସ୍ତାନ ଘୋଷଣା କରିଛି।