୨୦୦ ଭାରତୀୟ ମତ୍ସଜୀବୀ, ୩ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ, ଓ୍ବାଘା ସୀମା ଦେଇ ଭାରତକୁ କରିବ ହସ୍ତାନ୍ତର

ଇସଲାମାବାଦ,୨।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜରଦାରୀ ଭାରତ ଗସ୍ତ କରିବା ପରେ ଏବେ ସେମାନଙ୍କ ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଥମେ ଭାରତକୁ ପ୍ରଶଂସା କରିବା ଆଉ ଏବେ ସେ ଘୋଷଣା କରିଛନ୍ତି କି ପାକିସ୍ତାନ ଶୁକ୍ରବାର ୨୦୦ ଭାରତୀୟ ମତ୍ସଜୀବୀ ଓ ୩ କଏଦୀଙ୍କୁ ମୁକ୍ତ କରିବ।

ଗତ ମାସରେ ପାକିସ୍ତାନୀ କର୍ତ୍ତୃପକ୍ଷ ଦେଶର ସାମୁଦ୍ରିକ ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ ଗିରଫ ହେବା ପରେ କରାଚିରେ ବନ୍ଦୀ ହୋଇଥିବା ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିଲେ। ତାଙ୍କୁ ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରାଯାଇଥିଲା।
ଭୁଟ୍ଟୋ ଜରଦାରୀ ଏକ ଟୁଇଟରେ କହିଛନ୍ତି ଯେ ଆଜି ପାକିସ୍ତାନ ୨୦୦ ଭାରତୀୟ ମତ୍ସ୍ୟଜୀବୀ ଏବଂ ୩ ସାଧାରଣ ନାଗରିକଙ୍କୁ ମୁକ୍ତ କରୁଛି। ଏହାପୂର୍ବରୁ, ୧୨ମେ ୨୦୨୩ରେ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଥିଲା। ଏହା ପାକିସ୍ତାନର ମାନବିକତାକୁ ରାଜନୀତିକରଣ ନ କରିବା ନୀତି ସହିତ ଅନୁରୂପ ଅଟେ।

Share