Categories: ଖେଳ

ଭାରତରେ ଖେଳିବାକୁ ପାକିସ୍ତାନକୁ ମିଳିଲା ସରକାରୀ ଅନୁମତି

କରାଚୀ,୬ା୮: ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍‌ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ କରିବା ଲାଗି ପାକିସ୍ତାନ ବାରମ୍ବାର କହିଆସିଛି। ଆଗାମୀ ବିଶ୍ୱକପ୍‌ରେ ଭାଗ ନେବାଲାଗି ଭାରତକୁ ଦଳ ପଠାଇବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ବନ୍ଧୀୟ ଦାୟିତ୍ୱ ପୂରଣ କ୍ଷେତ୍ରରେ ଅନ୍ତରାୟ ନ ହେଉ। ମନ୍ତ୍ରଣାଳୟ ପୁଣି କହିଛି, ପାକିସ୍ତାନ ଦଳର ସୁରକ୍ଷା ନେଇ ଚିନ୍ତିତ। ଏ ବିଷୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଓ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଦିଆଯାଇଛି। ସୂଚନା ଯୋଗ୍ୟ ଦିନିକିଆ ବିଶ୍ୱକପ୍‌ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି।

Share