ଓ୍ବାଶିଂଟନ,୨ା୧୨: ସବୁଠୁ ଅଧିକ ହିଂସା ଆଶଙ୍କା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାକିସ୍ତାନ ଆଗରେ ରହିଛି। ପାକିସ୍ତାନରେ ତାଲିବାନୀଙ୍କ ଗଣହତ୍ୟା ବଢ଼ିବାରେ ଲାଗିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ଏପରିକି ବଢ଼ୁଥିବା ମାନବାଧିକାର ଚ୍ୟାଲେଞ୍ଜ ଦେଶରେ ଅସୁରକ୍ଷା ସୃଷ୍ଟି କରିଛି। ଆର୍ଲି ଓ୍ବାର୍ନିଂ ପ୍ରୋଜେକ୍ଟ ନାମକ ଗବେଷଣା ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ତେହରିକ୍-ଇ-ତାଲିବାନ୍ ପାକିସ୍ତାନକୁ ଦାୟୀ କରାଯାଇଛି।