ବିଜୁଳି ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ଧାରଣା, ସରକାରଙ୍କୁ ୭୨ଘଣ୍ଟା ସମୟ ଦେଲେ ବ୍ୟବସାୟୀ

ରାଜନୈତିକ ଅଚଳାବସ୍ଥା ସହ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ। ତେବେ ଇଲେକ୍ଟ୍ରି ବିଲ୍‌ ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନର ବ୍ୟବସାୟୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଏହିସବୁ ସମସ୍ୟାକୁ ବିରୋଧ କରି ସେମାନେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଏକ ବିଶାଳ ପ୍ରଦର୍ଶନ କରିଛନ୍ତି।

ଦର ବୃଦ୍ଧି ଓ ଇଲେକ୍ଟ୍ରି ବିଲ୍‌ ପ୍ରସଙ୍ଗରେ ପାକିସ୍ତାନରେ ଉତ୍ତେଜନା ଦେଖାଯିବା କାରଣରୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ତାଙ୍କର ସରକାରୀ ଭାବେ କେନିଆ ଗସ୍ତକୁ ବାତିଲ କରିଛନ୍ତି। କେନିଆର ରାଷ୍ଟ୍ରପତି ୱିଲିୟମ ସାମୋଏ ରୁଟୋଙ୍କ ନିମନ୍ତ୍ରଣ କ୍ରମେ ଆଫ୍ରିକା ଜଳବାୟୁ ସମ୍ମିଳନୀରେ ଯୋଗଦେବା ପାଇଁ କାକର ସେପ୍ଟେମ୍ବର ୪ ରୁ ୬ ପର୍ଯ୍ୟନ୍ତ ନାଇରୋବି ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା।

ବିରୋଧ ପ୍ରଦର୍ଶନ ଯୋଗୁ କରାଚି, ଲାହୋର, ପେଶୱାର ତଥା ଦେଶର ଅନ୍ୟାନ୍ୟ ସହରରେ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି। ଧାରଣା ଯୋଗୁ ଯାତାୟତ ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଖାଇବର ପାଖ୍ବନଖୱା୍‌ର ଶାଙ୍ଗଲା ଜିଲାରେ ବିରୋଧ ପ୍ରଦର୍ଶନ ହେତୁ ରାସ୍ତା ଅବରୋଧ କରାଯାଇଥିଲା। କରାଚିରେ ତାଜିର ଆକ୍ସନ କମିଟି ଇଲେକ୍ଟ୍ରି ବିଲ ହ୍ରାସ କରିବାକୁ ସରକାରଙ୍କୁ ୭୨ଘଣ୍ଟା ସମୟ ଦେଇଛି। ସରକାର ଯଦି କଥା ନ ଶୁଣନ୍ତି ତେବେ ୧୦ଦିନିଆ ଧର୍ମଘଟ ହେବ ବୋଲି କମିଟି ଚେତାବନୀ ଦେଇଛି।

Share