ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ

ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର ଏବଂ ଓ୍ବାର୍କ ମ୍ୟାନେଜରଙ୍କ ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରତ୍ୟେକ ପୀଡ଼ିତଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ରବିବାର କରାଚିରୁ ରାଓ୍ବଲପିଣ୍ଡି ଅଭିମୁଖେ ଯାଉଥିବା ହଜାରା ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

Share