ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି

ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି। ତେବେ ଭିଡିଓର ସତ୍ୟତା ଜଣାପଡି ନାହିଁ।

ସୋସିଆଲ ମିଡିଓ ଏକ୍ସରେ ଭାଇରାଲ ଏକ ଭିଡିଓରେ ପାକିସ୍ତାନୀ ତାଲିବାନ ଆତଙ୍କବାଦୀମାନେ ଚିତ୍ରାଲରେ ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଦଖଲ କରିଥିବା ଦେଖାଯାଇଛି। କିଛି ଭିଡିଓରେ ତାଲିବାନ ପାକିସ୍ତାନୀ ପତାକା ଉପରେ ପଥର ଫିଙ୍ଗିଥିବାର ଦୃଶ୍ୟ ନଜର ଆସିଛି।

Share