ଜେଲ ଗଲେ ଇମ୍ରାନଙ୍କ ୧୩ ମହିଳା ସମର୍ଥକ

ଇସଲାମାବାଦ,୯।୬: ପାକିସ୍ତାନର ଏକ ଆତଙ୍କବାଦ ନିରୋଧ ଅଦାଲତ ଜିନ୍ନା ହାଉସ ଉପରେ ଆକ୍ରମଣ ସହ ଜଡିତ ମାମଲାରେ ଫ୍ୟାଶନ ଡିଜାଇନର ଖଦିଜା ଶାହାଙ୍କ ସମେତ୧୩ ପିଟିଆଇ ସମର୍ଥକ ମହିଳାଙ୍କୁ ପୋଲିସ ହେପାଜତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଦେଶର ଏକ ପ୍ରମୁଖ ଖବରକାଗଜ ସୂତ୍ରରୁ ପ୍ରକାଶ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାକିସ୍ତାନ-ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟିର ଏହି ମହିଳାମାନେ କୋର୍ଟରେ ହାଜର ହୋଇଥିଲେ ଯେତେବେଳେ ସେମାନଙ୍କର ୬ ଦିନିଆ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା, ସେତେବେଳେ ଯାଞ୍ଚ ଅଧିକାରୀ (ଆଇଓ) କହିଥିଲେ ଯେ ଜିନ୍ନା ହାଉସ ଉପରେ ମେ’୯ରେ ହୋଇଥିବା ଆକ୍ରମଣରେ ବ୍ୟବହୃତ କ୍ଲବ ଏବଂ ପେଟ୍ରୋଲ ବୋମା ଉଦ୍ଧାର କରିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅଧିକ ହେପାଜତ ଆବଶ୍ୟକ ରହିଛି।
ବିଚାରପତି ଆବେର ଗୁଲ ଖାଁ କହିଛନ୍ତି ଯେ ସନ୍ଦିଗ୍ଧଙ୍କ ରିମାଣ୍ଡରେ ନେଇଥିବା ଆବେଦନପତ୍ରରେ ତଦନ୍ତକାରୀ ଅଧିକାରୀ ପେଟ୍ରୋଲ ବୋମା ପୁନରୁଦ୍ଧାର ବିଷୟରେ ଉଲ୍ଲେଖ କରିନାହାଁନ୍ତି ଏବଂ ଅଧିକ ଶାରୀରିକ ହେପାଜତ ପାଇଁ ପୋଲିସର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପରବର୍ତ୍ତୀ ସମୟରେ ଖଦିଜା ଶାହା, ସାନମ ଜାଭେଦ ଏବଂ ତୈୟବା ରାଜା, ପୂର୍ବତନ ସାଂସଦ ଆଲିଆ ହମଜା, ମରିୟମ ମଜାରୀ, ସାବୁହି ଇନାମ, ହୁମା ସୟିଦ, ଆୟେଶା ମାସୁଦ, ମହା ମାସୁଦ ଏବଂ ଖଦିଜା ନଦିମଙ୍କ ସମେତ ମହିଳାମାନଙ୍କୁ ନ୍ୟାୟିକ ହେପାଜତରେ ଜେଲକୁ ପଠାଇ ଦିଆଯାଇଥିଲା।

Share