Categories: ଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଶାହାପୁର-କିରନି-କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୧: ଜମ୍ମୁୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ରବିବାର ସକାଳ ୭ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳର ପୁଞ୍ଚ୍‌ ଜିଲାର ଶାହାପୁର,କିରନି ଏବଂ କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ମଧ୍ୟ ପାଲଟା ଗୁଳିଗୋଳା ଚାଳନା କରାଯାଇଛି। ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଉଦ୍ୟମ କରୁଥିବା କୁହାଯାଉଛି। ଭାରତରେ ଅନୁପ୍ରବେଶ ପାଇଁ ଲଞ୍ଚ୍‌ ପ୍ୟାଡ୍‌ରେ ତାଲିମ ପ୍ରାପ୍ତ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share