Categories: ଜାତୀୟ

୨୦୨୦ରେ ଏଲ୍‌ଓସିରେ ୩୮୦୦ରୁ ଅଧିକଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୨।୧୦: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି, ପାକିସ୍ତାନ ସୈନ୍ୟମାନେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ୩,୮୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିସହ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା ଚାଲାଣକୁ ପ୍ରୋତ୍ସାହିତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର, ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାକିସ୍ତାନ ସୁରକ୍ଷା ବାହିନୀ କ୍ରମାଗତ ଉତ୍ତେଜନା ବିନା ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛି। ଏଥିସହିତ ସେମାନେ ଏଲ୍‌ଓସିର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ପ୍ରଚେଷ୍ଟା କରିଛନ୍ତି।

Share