ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍ଏଫ୍ ପକ୍ଷରୁ ରବିବହାର କୁହାଯାଇଛି। ବିଏସ୍ଏଫ୍ ଆଇଜି ରାଜେଶ ମିଶ୍ର ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ପାକିସ୍ତାନ ବିରୋଧରେ ମାନବାଧିକାର ହନନ କରିଥିବା ଅଭିଯୋଗ ଅର୍ନ୍ତଜାତୀୟସ୍ତରରେ ଅଣାଯିବା ଆବଶ୍ୟକତା ରହିଥିବା ସେ ଗୁରୁତ୍ୱାରୋପ କରିଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ସୀମାବର୍ତ୍ତୀ ଅଞ୍ଚଳରେ ବାସ ବରୁଥିବା ବାସିନ୍ଦାଙ୍କ ବହୁ କ୍ଷତି ହେଉଛି। ଏଠାରେ ଲୋକେ ସବୁବେଳେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ପାର୍ବଣରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କର ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼ରେ ମୃତ୍ୟୁ ଘଟୁଥିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ସେ ନିନ୍ଦା କରିଛନ୍ତି।