Categories: ଖେଳ

ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ, ଖେଳାଯିବ ୪୨ ଓଭର

କଲମ୍ବୋ,୧୪।୯: ଗୁରୁବାର କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ ସମୟରେ ବର୍ଷା ଯୋଗୁ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଛି। ୨୭.୪ ଓଭରରେ ପାକିସ୍ତାନ ସ୍କୋର ୧୩୦/୫ରେ ରହିଛି। ମହମ୍ମଦ ରିଜୱାନ କ୍ରିଜରେ ଅଛନ୍ତି। ଇଫତିଖାର ଅହମ୍ମଦଙ୍କୁ ତାଙ୍କ ସହ ବ୍ୟାଟିଂ କରିବାକୁ ଆସିବାର ଥିଲା। କିନ୍ତୁ ବର୍ଷା ହେତୁ ସେ ଏପର୍ଯ୍ୟନ୍ତ କ୍ରିଜକୁ ଆସିପାରି ନାହାଁନ୍ତି। ବର୍ତ୍ତମାନ ବର୍ଷା କମିଥିବା ବେଳେ ଖୁବ୍‌ଶୀଘ୍ର ମ୍ୟାଚ ଆରମ୍ଭ ହେବା ନେଇ ଆଶଙ୍କା କରାଯାଉଛି। ହେଲେ ୪୫ ଓଭର ବଦଳରେ ୪୨ ଖେଳାଯିବ ବୋଲି ଜଣାପଡିଛି।

Share