ଚାଇନା-ଆମେରିକା ମଧ୍ୟରେ ଏମିତି ସମ୍ପର୍କ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୨୯ା୯: ପାକିସ୍ତାନ ବନ୍ୟା ପୀଡ଼ିତଙ୍କ ପାଇଁ ଆମେରିକାକୁ ସାହାଯ୍ୟ ମାଗିବା ପରେ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଚାଇନା ଏବଂ ଆମେରିକା ମଧ୍ୟରେ ଖରାପ ସମ୍ପର୍କକୁ ସୁଦୃଢ଼ କରିବାରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଏଥିସହ ପାକିସ୍ତାନ ଏଥିରେ ଏକ ଦୃଢ଼ ସେତୁ ଭାବରେ କାର୍ଯ୍ୟ କରିପାରିବ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।

ବିଲାଓ୍ବାଲଙ୍କ ପାର୍ଟି ପିପିପି ମଧ୍ୟ ଏହାର ଅଫିସିଆଲ ଆକାଉଣ୍ଟରୁ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଛି, ଯେଉଁଥିରେ ଏହି ସାକ୍ଷାତକାରର କ୍ଲିପିଂ ଶେୟାର କରାଯାଇଛି। ଇସଲାମାବାଦ ଉପରେ ବୈଦେଶିକ ନୀତି ପ୍ରସଙ୍ଗରେ ଏହି ସାକ୍ଷାତକାରରେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

Share