ଭାରତକୁ ଚେତାବନୀ ଦେଲା ପାକିସ୍ତାନ

ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍‌ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି ପାକିସ୍ତାନ।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଭାରତ ଦ୍ୱାରା କରାଯାଇଥିବା ଏୟାର ସ୍ପେସ୍‌ ଉଲ୍ଲଂଘନକୁ ନିନ୍ଦା କରାଯାଇଛି। ଏଥିଲାଗି ଇସଲାମାବାଦ୍‌ ଭାରତୀୟ ଆଫାୟର୍ସ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସମନ କରିଛି। ଭାରତକୁ ଏଭଳି ଅବହେଳା ଯୋଗୁ ଅପ୍ରୀତିକର ପରିଣାମ ଘଟିପାରେ। ଏଣୁ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ପଡ଼ିବ ବୋଲି ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୯ ତାରିଖରେ ଏକ ହାଇ ସ୍ପିଡ୍‌ ଉଡ଼ନ୍ତା ଯାନ ପାକିସ୍ତାନର ଏୟାର ସ୍ପେସରେ ପଶି ଯାଇଥିଲା। ଗୁରୁବାର ମଧ୍ୟରାତିରେ ଏକ ଖବରଦାତା ସମ୍ମିଳନୀରେ ପାକିସ୍ତାନ ସେନା ପ୍ରବକ୍ତା ମେଜର ଜେନେରାଲ ବାବର ଇଫତିକର ସ୍ପଷ୍ଟ କରିଛନ୍ତି।

Share