ପାକିସ୍ତାନ ହିନ୍ଦୁମାନେ ଗଠନ କରିଥିଲେ, ପୂର୍ବତନ ପାକ ଚିଫ ଜଷ୍ଟିଶଙ୍କ ପୁଅଙ୍କ ବୟାନ କାହିଁକି ହେଉଛି ଭାଇରାଲ

ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନର ଇତିହାସ ବହୁତ ପୁରୁଣା। ସ୍ବାଧୀନତା ସମୟରେ ବିଭାଜନ ପୂର୍ବରୁ ଉଭୟ ଦେଶ ଗୋଟିଏ ଥିଲେ। ଅବଶ୍ୟ, ୧୯୪୭ରେ ସ୍ବାଧୀନତା ପରେ ଉଭୟ ଦେଶ ବିଭାଜିତ ହୋଇଥିଲେ। ଗୋଟିଏ ପଟେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବରେ ପ୍ରତିଷ୍ଠିତ ହୋଇଥିଲା, ଅନ୍ୟ ପଟେ ଭାରତ ଏକ ଧର୍ମନିରପେକ୍ଷ ଦେଶ ହୋଇଗଲା। ସ୍ବାଧୀନତା ସମୟରେ ପାକିସ୍ତାନରେ ହିନ୍ଦୁମାନଙ୍କର ଜନସଂଖ୍ୟା ୨୦ ପ୍ରତିଶତ ଥିଲା, କିନ୍ତୁ ସମୟ ସହିତ ଏହା ପ୍ରାୟ ୧ପ୍ରତିଶତକୁ ଖସି ଆସିଥିଲା। ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର) ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପାକିସ୍ତାନ ଲାହୋର ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୁଅ ଦାବି କରିଛନ୍ତି ଯେ ପାକିସ୍ତାନ ହିନ୍ଦୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି।
ଲାହୋର ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୁଅ ଜାଭେଦ ଇକବାଲ ନୟା ଦୌର ନାମକ ଏକ ଶୋ’ରେ ଦାବି କରିଛନ୍ତି ଯେ ପାକିସ୍ତାନ ହିନ୍ଦୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଆମେ ପାକିସ୍ତାନ ସୃଷ୍ଟି କରିବାକୁ ମଧ୍ୟ ସକ୍ଷମ ନଥିଲୁ। ଆମେ ଏହି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଆମ ଭିତରେ କୌଣସି ପ୍ରକାରର ସାମର୍ଥ୍ୟ ନାହିଁ ଯାହା କିଛି ସୃଷ୍ଟି କରିପାରିବ। ଜାଭେଦ ଇକବାଲଙ୍କ ଭିଡିଓ ଏକ୍ସ(ପୂର୍ବରୁ ଟୁଇଟର) ରେ ଅନଟୋଲ୍ଡ ପାକିସ୍ଥାନର ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଛି। ତେବେ ଏହାର ସତ୍ୟତା ଏବେ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରି ନାହାନ୍ତି।

Share