ଦିଲୀପ, ରାଜଙ୍କ ଘର କିଣିବ ପାକିସ୍ତାନ

ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍‌ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି ପାଇଁ ୨.୩୫ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁର ହୋଇଛି। ସହରର ମଧ୍ୟଭାଗରେ ଥିବା ଏହି ଦୁଇ ଅଭିନେତାଙ୍କ ଘରକୁ ଜାତୀୟ ସଂଗ୍ରହାଳୟ ମାନ୍ୟତା ପ୍ରଦାନ କରାଯାଇଛି। ପେଶାଓ୍ବର ଡେପୁଟି କମିଶନର ୧୦୧ ବର୍ଗ ମିଟର ଜାଗାରେ ଥିବା ଦିଲୀପ କୁମାରଙ୍କ ଘର ପାଇଁ ୫୦ ଲକ୍ଷ ୫୬ ହଜାର ଏବଂ ରାଜ କପୁରଙ୍କ ୧୫୧.୭୫ ବର୍ଗ ମିଟରରେ ଥିବା ଘର ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି। କ୍ରୟ ପରେ ଉଭୟ ଗୃହକୁ କେ ପି ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂଗ୍ରହାଳୟରେ ପରିଣତ କରାଯିବ। ଭାରତ ଓ ପାକିସ୍ତାନ ଅଲଗା ହେବା ପୂର୍ବରୁ ଏହି ଦୁଇ ବର୍ଷୀୟାନ ଅଭିନେତା ବର୍ତ୍ତମାନ ପାକିସ୍ତାନରେ ଥିବା ସେମାନଙ୍କ ପୈତୃକ ଘରେ ଜନ୍ମଗ୍ରହଣ କରିଥିଲେ।

Share