୧୭ଲକ୍ଷ ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବ ପାକିସ୍ତାନ

ଇସଲାମବାଦ,୭।୧୦: ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବା ପାଇଁ ପାକିସ୍ତାନ ଘୋଷଣା କରିଛି। ପାକିସ୍ତାନର ବୈଦେଶିକ ବିଭାଗ ୧୭ଲକ୍ଷ ପ୍ରବାସୀ ଦେଶରୁ ବିତାଡିତ କରିବ।
ଗତ ମଙ୍ଗଳବାର ପାକିସ୍ତାନ ଘୋଷଣା କରିଥିଲା ଯେ, ଦେଶରେ ରହିବା ପାଇଁ ବୈଧ ଦସ୍ତାବିଜ ନ ଥିଲେ ଆଫଗାନିସ୍ତାନୀ ପ୍ରବାସୀ ସମେତ ସମସ୍ତ ପ୍ରବାସୀ ଅକ୍ଟୋବର ୩୧ ସୁଦ୍ଧା ସ୍ବେଚ୍ଛାକୃତ ଭାବେ ଦେଶ ଛାଡନ୍ତୁ। ଏହି ଘୋଷଣା ପରେ ବିନା ଦସ୍ତାବିଜରେ ଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା

ଅଧିକାରୀ ଗୋଷ୍ଠୀ ପାକିସ୍ତାନର ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଆଫଗାନିସ୍ତାନୀଙ୍କୁ ଜବରଦସ୍ତ ଦେଶରୁ ବିତାଡିତ କଲେ ଦେଶ ଭୟଙ୍କର ପରିଣାମର ସମ୍ମୁଖୀନ ହେବ ବୋଲି ସେମାନେ କହିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତ, ଏହି ନୂଆ ନୀତି କେବଳ ଆଫଗାନିସ୍ତାନୀଙ୍କ ପାଇଁ ନୁହେଁ। ଏହା ସବୁ ପ୍ରବାସୀଙ୍କ କ୍ଷେତ୍ରରେ ଲାଗୁ ହୋଇଛି।
ବାଲୋଚ କହିଛନ୍ତି, ଆମେ ଚାରି ଦଶନ୍ଧି ଧରି ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଉଦାର ଭାବରେ ଦେଶରେ ରଖିଛୁ। ପାକିସ୍ତାନରେ ଶରଣାର୍ଥୀ ଭାବରେ ପଞ୍ଜୀକୃତ ହୋଇଥିବା ୧୪ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନୀ ଶରଣାର୍ଥୀ ରହୁଥିବା ବିଭିନ୍ନ ଶିବିର ତଥା ଅନ୍ୟାନ୍ୟ ଅଞ୍ଚଳରେ ପୋଲିସ ଚଢାଉ ଆରମ୍ଭ କରିଛି। ପାକିସ୍ତାନରେ ରହିବାକୁ ଆଇନଗତ ଦଲିଲ ନ ଥିବା ଶତାଧିକ ପରିବାରକୁ ଅଟକ ରଖାଯାଇଛି।

Share