Categories: ଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ଦୁବାଇ,୨୪।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ କିଛି କ୍ଷଣରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ। ଭାରତ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ। ବ୍ୟାଟିଂ ଉପଯୋଗୀ ପିଚ୍‌ ଓ କାକରକୁ ଦୃଷ୍ଟିରେ ରଖି ବାବର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଥିବା ଟିମ୍‌ ଇଣ୍ଡିଆ ଏବେ ବଡ଼ ସ୍କୋର ଛିଡ଼ା କରିବାକୁ ଉଦ୍ୟମ କରିବ। ଏ ନେଇ ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି।

ଏହି ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ପେସର (ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି) ଓ ଦୁଇ ସ୍ପିନର (ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତ୍ତୀ) ସ୍ଥାନ ପାଇଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

Share