Categories: ଖେଳ

୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଲା ପାକିସ୍ତାନ

ଇସ୍‌ଲାମାବାଦ୍‌/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ ଦେଶ ଏହି ନିଷ୍ପତ୍ତି ନେଇଥିବା ପାକିସ୍ତାନ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ (ଫିଡେ) ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ଜମ୍ମୁ-କଶ୍ମୀରରେ ଟର୍ଚ୍ଚ ରିଲେ କରିବା ଦ୍ୱାରା ଭାରତ ସମ୍ମାନଜନକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟକୁ ନେଇ ରାଜନୀତି କରିବାକୁ ଚାହୁଁଛି ବୋଲି ପାକିସ୍ତାନ କହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବହିର୍ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି, ଇଭେଣ୍ଟରେ ଅଂଶଗ୍ରହଣ ନ କରିବା ଲାଗି ପାକିସ୍ତାନର ଆକସ୍ମିକ ନିଷ୍ପତ୍ତି ତାଙ୍କୁ ବିସ୍ମିତ କରିଛି।

 

Share