ପାକିସ୍ତାନ: ମହିଳାଙ୍କୁ ବର୍ଷକରେ ୩ଥର ପ୍ରସୂତିକାଳୀନ ଛୁଟି

ଇସଲାମବାଦ,୨୧।୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଗୋଟିଏ ବର୍ଷରେ ତିନିଥର ପ୍ରସୂତିକାଳୀନ ଛୁଟି ଦିଆଯାଇଥିଲା। ତେବେ ଏନେଇ ସିନ୍ଧ ପ୍ରଦେଶର ଶିକ୍ଷା ବିଭାଗ ଦକ୍ଷିଣ ସିନ୍ଧରେ ଅବସ୍ଥିତ ନୋଶେରା ଫିରୋଜ ଟାଉନ ସ୍କୁଲକୁ ରିପୋର୍ଟ ମାଗିଛି।

ସରକାରୀ ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀରେ ଉର୍ଦ୍ଦୁ ଶିକ୍ଷା ଦେଉଥିବା ଜଣେ ମହିଳାଙ୍କ ବିରୋଧରେ ଏପ୍ରସଙ୍ଗରେ ଅଭିଯୋଗ ହୋଇଛି। ଯାହାକୁ ନେଇ ଶିକ୍ଷା ବିଭାଗ ଅନୁସନ୍ଧାନ କରୁଛି। ବେନାଜିରାବାଦ ଜିଲା ଶିକ୍ଷା ନିର୍ଦ୍ଦେଶକ ନାସିର ଯୋଗୀ କହିଛନ୍ତି ଯେ ଗତ ବର୍ଷ ଶିକ୍ଷୟିତ୍ରୀ ଜଣକ ୧୯୫ ଦିନ ଛୁଟିରେ ଥିଲେ। ସ୍କୁଲର କର୍ତ୍ତୃପକ୍ଷମାନେ ସନ୍ତୋଷଜନକ ଉତ୍ତର ନ ଦେଲେ ସେମାନଙ୍କ ବିରୋଧରେ ଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

Share