Categories: ଖେଳ

ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…

ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୪୦୨ ରନ ରହିଥିଲା। ତେବେ ବର୍ଷା ଯୋଗୁ ଓଭର ୪୧ ଓଭର ଖେଳା ଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ବିଜୟ ଲକ୍ଷ୍ୟକୁ ୩୪୨ ରନ କରାଯାଇଥିଲା। ତେବେ ବର୍ଷା ଜାରି ରହିବା ଯୋଗୁ ଡିଏଲଏସ ନିୟମ ଅନୁସାରେ ପାକିସ୍ତାନକୁ ବିଜେତା ଘୋଷିତ କରାଯାଇଛି।

ପାକିସ୍ତାନ ଅଧିନାୟକ ବାବର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ କାନେ ଓ୍ବିଲସନ୍ସଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା।

Share