
ଅକ୍ଲାଣ୍ଡ, ୨୧ା୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍କୁ ପାକିସ୍ତାନ ୯ ଉଇକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ପ୍ରଦତ୍ତ ୨୦୫ ରନର ଟାର୍ଗେଟକୁ ହାସନ ନଓ୍ବାଜଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନ ୧୬ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ପାକିସ୍ତାନ ୧-୨ ସ୍ଥିତିକୁ ଆଣିଛି। ସିରିଜର ଚତୁର୍ଥ ମ୍ୟାଚ ଆସନ୍ତା ୨୩ ତାରିଖରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୯.୫ ଓଭରରେ ୨୦୪ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ମାର୍କ ଚାପମ୍ୟାନ ସର୍ବାଧିକ ୯୪ (୧୧ ଚୌକା ଓ ୪ ଛକା) ଓ ଅଧିନାୟକ ମାଇକେଲ ବ୍ରେସଓ୍ବେଲ ୩୧ ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ୩ ଉଇକେଟ ନେଇଥିବା ବେଳେ ଶାହିନ ଶାହ ଆଫ୍ରିଦୀ, ଆବରାର ଅହମ୍ମଦ ଓ ଆବାସ ଆଫ୍ରିଦୀ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ପାକିସ୍ତାନ ୧୬ ଓଭରରେ ୧ ଉଇକେଟ ହରାଇ ୨୦୭ ରନ କରି ନେଇଥିଲା। ଦଳ ପାଇଁ ନଓ୍ବାଜ ୪୫ ବଲରେ ୧୦ ଚୌକା ଓ ୭ ଛକା ସହିତ ୧୦୫ ରନ କରି ଅପରାଜିତ ରହିଥିଲେ। ଏହା ତାଙ୍କ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ପ୍ରଥମ ଶତକ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଲମାନ ଆଘା ୫୧ ଓ ମହମ୍ମଦ ହାରିସ ୪୧ରନ କରିଥିଲେ।