Categories: ଖେଳ

ଟସ୍‌ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ…

ମେଲବୋର୍ନ,୩।୧୧ : ଟି-୨୦ ବିଶ୍ୱକପର ୩୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗୁରୁବାର ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ ଆରମ୍ଭ କରିଛି। ସେହିପରି ଦକ୍ଷିଣଆଫ୍ରିକା ଅଧିନାୟକ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଛି।

ତିନୋଟି ମ୍ୟାଚରୁ ଦୁଇଟି ପଏଣ୍ଟ ସହ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି। ସେମିଫାଇନାଲ ଦୌଡ଼ରେ ରହିବାକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ ପାକିସ୍ତାନକୁ ଜିତିବାକୁ ପଡିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତିନୋଟି ମ୍ୟାଚରୁ ପାଞ୍ଚ ପଏଣ୍ଟ ହାସଲ କରିଛି। ଯଦି ଦଳ ଜିତେ ତେବେ ସେମିଫାଇନାଲରେ ପ୍ରବେଶ କରିବ।

Share