Categories: ଖେଳ

ଟସ ଜିତିଲା ପାକିସ୍ତାନ, ବ୍ୟାଟିଂ ନିଷ୍ପତ୍ତି …

ଚେନ୍ନାଇ,୨୩।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନ ଅଧିନାୟକ ଆଶଫତୁଲା ଶାହିଦିଙ୍କ ନେତୃତ୍ୱରେ ଦଳ ବୋଲିଂ କରିବା ଆରମ୍ଭ କରିଛି।

ପାକିସ୍ତାନ ପ୍ଲେଇଙ୍ଗ ୧୧ରେ ଅବଦୁଲ୍ଲା ଶାଫିକ, ଇମାମ-ଉଲ-ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଓ୍ବିକେଟ କିପର), ସୈଦ ଶାକିଲ, ଇଫତିଖର ଅହମ୍ମଦ, ଶାଦବ ଖାନ, ଉସାମା ମିର, ଶାହିନ ଆଫ୍ରିଦି, ହାସନ ଅଲି, ହରିସ ରାଉଫ ରହିଛନ୍ତି।

ସେହିପରି ଆଫଗାନିସ୍ତାନ ପ୍ଲେଇଙ୍ଗ ୧୧ରେ ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜାଦ୍ରାନ, ରହମତ୍ ଶାହା, ହାଶମତୁଲ୍ଲା ଶାହିଡି (ଅଧିନାୟକ), ଆଜମତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ (ଓ୍ବିକେଟ କିପର), ମହମ୍ମଦ ନବୀ, ରସିଦ ଖାନ, ମୁଜିବ ଉର ରହମାନ, ନବୀନ-ଉଲ-ହକ, ନୁର ଅହମ୍ମଦ ଅଛନ୍ତି।

Share