Categories: ଖେଳ

ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି…

କଲମ୍ବୋ,୧୪।୯: ୨୦୨୩ ଏସିଆ କପ ଗୁରୁବାର ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ଫୋର୍‌ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀଲଙ୍କା ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି। ଉଭୟ ଦଳକୁ ପୂର୍ବ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ ପାଇଁ ପ୍ଲେ-୧୧ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବଡ ପରିବର୍ତ୍ତନ କରିଛନ୍ତି। ବର୍ଷା ହେତୁ ଏହି ମ୍ୟାଚ ୪୫-୪୫ ଓଭରର ଖେଳାଯିବ।

Share