Categories: ଖେଳ

ବିଶ୍ୱକପରେ ନୂଆ ବିବାଦ, ପାକିସ୍ତାନ ପ୍ରଶଂସକଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇବାକୁ ମନା କଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୧୦: ବିଶ୍ୱକପ ୨୦୨୩ରେ ଏକ ନୂଆ ବିବାଦ ଉପୁଜିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ପାକିସ୍ତାନ ପ୍ରଶଂସକଙ୍କୁ ନିଜ ଦଳକୁ ଚିୟର କରିବା ଉପରେ ରୋକା ଯାଇଛି। ଏଠାରେ ପୋଲିସ ସ୍ପଷ୍ଟ ଭାବେ ପାକିସ୍ତାନୀ ପ୍ରଶଂସକଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଷ୍ଟାଡିୟମରେ ପାକିସ୍ତାନ ଜିନ୍ଦାବାଦ ନାରା ଉଠାଯିବ ନାହିଁ। ଏ ସମ୍ପର୍କରେ କେବଳ ଷ୍ଟାଡିୟମରେ ନୁହେଁ ଏବେ ସୋସିଆଲ ମିଡିଆରେ ମଧ୍ୟ ଉତ୍ତେଜନା ଦେଖାଦେଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ସୁରକ୍ଷା କର୍ମୀ ପାକ ପ୍ରଶଂସକଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ର ନାରା ନ ଦେବାକୁ କହୁଛନ୍ତି। ଏହାର ଜବାବରେ ପ୍ରଶଂସକ ମଧ୍ୟ ଯୁକ୍ତି କରୁଛନ୍ତି ଯେ ସେ ପାକିସ୍ତାନର ଏବଂ ଯଦି ସେ ପାକିସ୍ତାନର ନାରା ଉଠାନ୍ତି ନାହିଁ ତେବେ କିଏ କରିବ? ଏହି ପ୍ରଶଂସକଙ୍କଠାରୁ ଏହା ବି ଶୁଣିବାକୁ ମିଳୁଛି ଯେ, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଷ୍ଟାଡିୟମରେ ଚାଲିଛି ଏବଂ ଲୋକମାନେ ଭାରତ ମାତା କି ଜୟ ନାରା ଦେଉଛନ୍ତି, ତେବେ ସେ କାହିଁକି ପାକିସ୍ତାନ ଜିନ୍ଦବାଦର ନାରା ଉଠାଇ ପାରିବେ ନାହିଁ। ଏହା ଉପରେ ପୋଲିସ କହିଛି, ଭରତ ମାତା କି ଜୟଙ୍କ ନାରା ଉଠାଯାଇପାରିବ, କିନ୍ତୁ ପାକିସ୍ତାନ ଜିନ୍ଦାବାଦ ନୁହେଁ।

Share