Categories: ଜାତୀୟ

ଓୱାଇସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ହାଇଦ୍ରାବଦ୍‌,୩୧।୧: ଡୁମରି ବିଧାନସଭା ଉପନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ(ଏଆଇଏମଆଇଏମ) ପକ୍ଷରୁ ଆୟୋଜିତ ବୈଠକରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସିଙ୍କ ଅଭିଭାଷଣରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ଏନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲାର ଡିସି ଏବଂ ଏସପିଙ୍କ ନିର୍ଦ୍ଦେଶରେ ଭିଡିଓ ପର୍ଯ୍ୟବେକ୍ଷଣ ଦଳ ଭାଷଣ ସମୟରେ ରେକର୍ଡ ହୋଇଥିବା ଭିଡିଓ ଦେଖାଯାଇଥିଲା। ପ୍ରଶାସନ କହିଛି ଯେ, ଭିଡିଓ ସମୀକ୍ଷା କରିବା ପରେ ଏହା ଜଣାପଡିଛି ଯେ, ଏହି ଆଚରଣ ନିର୍ବାଚନ ବିଧି ଉଲ୍ଲଂଘନ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାର ପ୍ରୟାସ।
ସୂଚନାଯୋଗ୍ୟ, ଡୁମରିର କେବି ହାଇସ୍କୁଲ ପଡିଆରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଓୱାଇସିଙ୍କ ଭାଷଣ ଶୁଣିବାକୁ ଏକାଠି ହୋଇଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଏହି ସ୍ଲୋଗାନ ଦେଇଥିଲେ। ଅସୁଦୁଦ୍ଦିନ ଓୱାଇସି ତାଙ୍କ ଭାଷଣ ବନ୍ଦ କରି ଯୁବକଙ୍କୁ ନିଜେ ମଞ୍ଚରୁ ଗାଳି ଦେଇଥିଲେ।

Share