ହାତରେ ନେଲପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ଅଭିନେତା

ଇସଲାମାବାଦ: ହାତରେ ନେଲ୍‌ପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ପାକିସ୍ତାନୀ ଗାୟକ ତଥା ଅଭିନେତା ଅଲି ଜାଫର। ଷ୍ଟେରିଓଟାଇପ୍‌ ଭାଙ୍ଗି ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ଦେଖି ଅନେକ ତାଙ୍କର ସାହସକୁ ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରୁଛନ୍ତି।

ଭାଇରାଲ ହେଉଥିବା ଫଟୋରେ ଅଲି ଜାଫର ଚିକ୍‌ଚିକ୍‌ କରୁଥିବା କଳା ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ଦୁଇ ହାତରେ ସେ ନେଲପଲିସ୍‌ ଲଗାଇଛନ୍ତି। ନିଜ କନ୍ସର୍ଟ ପାଇଁ ସେ ଏଭଳି ଲୁକ୍‌ ଆପଣାଇଥିବା ଜଣାପଡ଼ିଛି। ଏହି ଫଟୋକୁ ଶେୟାର କରି ଅଲି କ୍ୟାପଶନରେ ଲେଖିଛନ୍ତି-ଆପଣ କୁହନ୍ତି ଆପଣ କିଏ, ଆଉ କେହି ବି ନୁହେଁ। ଅଲିଙ୍କ ଏଭଳି ଫଟୋ କେତେକଙ୍କୁ ପସନ୍ଦ ଆସିନାହିଁ। ତାଙ୍କୁ ଲାଜ ଅଛି ନା ନାହିଁ, ଆର ଥରକୁ ଲେହେଙ୍ଗା, ଚୁଡି ପିନ୍ଧିବ ବୋଲି ଲୋକେ କହୁଛନ୍ତି।

ତେବେ ଅଲି ଜାଫର ପାକିସ୍ତାନର ଜଣେ ଲୋକପ୍ରିୟ ସେଲିବ୍ରିଟି। ସେ କେବଳ ଗାୟକ ନୁହନ୍ତି, ଲେଖକ, ଅଭିନେତା, ପ୍ରଯୋଜକ ଏବଂ ଚିତ୍ରଶିଳ୍ପୀ। ଅନେକ ବଲିଉଡ୍‌ ଫିଲ୍ମରେ ସେ କାମ କରିଛନ୍ତି। ସେଥି ମଧ୍ୟରେ ‘ଡିଅର ଜିନ୍ଦେଗୀ’, ‘ମେରେ ବ୍ରଦର କି ଦୁଲ୍‌ହନ’, ଚଷମେ ବଦୁର’ ଆଦି ସାମିଲ ଅଛି। ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ସନ୍ତାନ ରହିଛି।

Share