‘ଗଙ୍ଗୁବାଇ କାଠିଆୱାଡି’ ଦେଖିବା ପାଇଁ ପୂରା ଥିଏଟର ବୁକ୍‌ କରିଥିଲେ ଅଭିନେତା

ପାକିସ୍ତାନୀ ଅଭିନେତା ମୁନିବ ବଟ ସ୍ତ୍ରୀ ଆଇମାନ ଖାନଙ୍କ ସହ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ଦେଖିବା ପାଇଁ ଦୁବାଇରେ ପୂରା ଥିଏଟର ବୁକ୍‌ କରିଥିଲେ। ତେବେ ଦୁହିଁଙ୍କର ଥିଏଟର ଭିତରେ ବସି ଫିଲ୍ମ ଦେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ମୁନିବ ଏବଂ ଆଇମାନ ବର୍ତ୍ତମାନ ଦୁବାଇରେ ଛୁଟି କାଟୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ମୁନିବ ଆଇମାନଙ୍କୁ କହିଛନ୍ତି, “ତୁମ୍‌ହାରେ ଲିୟେ ପୁରି ଥିଏଟର ବୁକ୍‌ କି ହେ।
ପାକିସ୍ତାନୀ ଅଭିନେତା ମୁନିବ ଉର୍ଦ୍ଦୁ ସିନେମା ଏବଂ ଟେଲିଭିଜନରେ କାମ କରିଛନ୍ତି। ସେ ୨୦୧୨ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ଅନେକ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ୟେ ନା ଥି ହମାରି କିସମତ୍‌ରେ ଦେଖିବାକୁ ମିଳିଥିଲା।

Share