ନୂଆଦିଲ୍ଲୀ,୧୫।୪:ନିକଟରେ ପ୍ରିୟଙ୍କା ଚୋପ୍ରା ଇନ୍ଷ୍ଟାଗ୍ରାମରେ ପାକିସ୍ତାନ ଡାଇରେକ୍ଟର ସରମିନ୍ ଔବେଦଙ୍କୁ ନେଇ ଏକ ପୋଷ୍ଟ ଶେୟାର୍ କରିଛନ୍ତି। ଏହି ପୋଷ୍ଟରେ ସେ ସରମିନ୍ଙ୍କୁ ଷ୍ଟାର୍ ଓ୍ବାର୍ସ ଫିଲ୍ମର ଡାଇରେକ୍ଟର ହେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ପୋଷ୍ଟରେ ସେ ସରମିନ୍ଙ୍କୁ ସାଉଥ୍ ଏସିଆନ୍ କହି ସମ୍ବୋଧନ କରିଛନ୍ତି। ହେଲେ ଏହି ପୋଷ୍ଟରେ ପାକିସ୍ତାନୀ ଅଭିନେତା ଅଦନାନ ସିଦେକି ଖପା ହୋଇ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି। ସେ କମେଣ୍ଟ କରି କହିଛନ୍ତି, ଆପଣ ନିଜର ସାଧାରଣ ଜ୍ଞାନ ବଢ଼ାନ୍ତୁ। ଆପଣଙ୍କୁ ଯେପରି ମୌକା ମିଳିଲେ ନିଜେ ଭାରତୀୟ ବୋଲି ଦର୍ଶାଇଥାନ୍ତି। ସରମିନ୍ ଔବେଦଙ୍କୁ ସାଉଥ୍ ଏସିଆନ୍ କହିବା ପୂର୍ବରୁ ଜାଣିରଖନ୍ତୁ ସେ ପ୍ରଥମେ ପାକସ୍ତାନୀ। ତେଣୁ ତାଙ୍କୁ ପାକିସ୍ତାନୀ ବୋଲି ସମ୍ବୋଧନ କରନ୍ତୁ।