ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ ଦେଖାଇବାକୁ ଯାଇ ତାଙ୍କ ପାଦ ଛୁଇଁଥିଲେ। ଏବେ ଏହାକୁ ନେଇ କଟ୍ଟରପନ୍ଥୀ(ମୌଳିକବାଦୀ)ମାନେ ଖପ୍ପା ହୋଇଛନ୍ତି।

ଦୁବାଇରେ ହୋଇଥିବା ଫିଲ୍ମଫେୟାରର ମିଡିଲ ଇଷ୍ଟ ଆଚିଭର୍ସ ପୁରସ୍କାର ଉତ୍ସବରେ ଭାରତୀୟ ଏବଂ ପାକିସ୍ତାନୀ କଳାକାର ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଫହାଦ ଗୋବିନ୍ଦାଙ୍କ ପାଦ ଛୁଇଁ ଥିଲେ। ଏହାର ଜବାବରେ ଗୋବିନ୍ଦା ମଧ୍ୟ ତାଙ୍କୁ ଆଲିଙ୍ଗନ କରି ଆଶୀର୍ବାଦ ଦେଇଥିଲେ। ମାତ୍ର ଫହାଦଙ୍କ ଏଭଳି ବ୍ୟବହାର ପାକିସ୍ତାନରେ ଅନେକଙ୍କୁ ପସନ୍ଦ ଆସି ନ ଥିଲା। ସେଠାର କଟ୍ଟରପନ୍ଥୀମାନେ ଇସଲାମ ଧର୍ମରେ ଏସବୁ ଠିକ୍‌ ନୁହେଁ। ଜଣେ ମୁସଲମାନ ହୋଇବି ସେ କିଭଳି ଗୋବିନ୍ଦାଙ୍କ ପାଦ ଛୁଇଁଲେ ବୋଲି ତାଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି।

Share