ବିନା ପୋଷାକରେ ଫଟୋ ସୁଟ କଲେ ପାକିସ୍ତାନୀ ଅଭିନେତା, ଭିଡିଓ ଭାଇରାଲ…

ଇସଲାମାବାଦ : ପାକିସ୍ତାନୀ ଅଭିନେତା ୱାହାଜ ଅଲୀ ନିଜର ଅଭିନୟ ପାଇଁ ପାକିସ୍ତାନରେ ପ୍ରସିଦ୍ଧ। ସମ୍ପ୍ରତି ଅଭିନେତା ହେଡଲାଇନରେ ରହିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ପଥ ଅନୁସରଣ କରି ବର୍ତ୍ତମାନ ୱାହାଜ ଅଲୀ ମଧ୍ୟ ବିନା ପୋଷାକରେ ଫଟୋ ସୁଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଲୋକମାନେ ଏନେଇ ଅଭିନେତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ୱାହାଜ ଅଲୀଙ୍କୁ ପାକିସ୍ତାନ ଭଳି ଭାରତରେ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ପାକିସ୍ତାନୀ ଡ୍ରାମା ମୁର୍ତ୍ତାସୀମରେ ତାଙ୍କର ଭୂମିକା ପାଇଁ ସେ ଯଥେଷ୍ଟ ପ୍ରଶଂସିତ ହୋଇଛନ୍ତି। ଏହି ଶୋ’ରୁ ତାଙ୍କର ଲଭର ବୟ ଭୂମିକାକୁ ଲୋକେ ପସନ୍ଦ କରନ୍ତି । ବାସ୍ତବରେ ୱାହାଜଙ୍କୁ ପାକିସ୍ତାନର ଶାହାରୁଖ ଖାନ ମଧ୍ୟ କୁହାଯାଏ। ତେବେ, ଆଜିକାଲି ସୋସିଆଲ ମିଡିଆରେ ତାଙ୍କୁ ବିନା ପୋଷାକ ଫଟୋ ସୁଟ ପାଇଁ ଟ୍ରୋଲ କରାଯାଉଛି। ୱାହାଜ ନିକଟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ସର୍ବଶେଷ ଫଟୋସୁଟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅଭିନେତା ବିଛଣାରେ ଶୋଇଥିବା ବେଳେ ଅଧା ଉଲଗ୍ନ ଅବସ୍ଥାରେ ଅଛନ୍ତି। ଅଭିନେତାଙ୍କର ଏହ ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ବିରକ୍ତ ହୋଇ ଅଭିନେତାଙ୍କୁ ସମାଲୋଚନା କରୁଛନ୍ତି ।

ଅଭିନେତାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ଆପଣ ଏଭଳି ହାସ୍ୟାସ୍ପଦ କାର୍ଯ୍ୟ କାହିଁକି କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଏହା ଅତ୍ୟନ୍ତ ଅଶ୍ଳୀଳ ଭିଡିଓ । କିଛି ୟୂଜର ମଧ୍ୟ ଭିଡିଓ ବିଷୟରେ ୱାହାଜଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କୁ ପ୍ରଶଂସା କରି ସେମାନେ କହିଛନ୍ତି, ଆପଣ ପାକିସ୍ତାନର ସବୁଠାରୁ ସୁନ୍ଦର ଅଭିନେତା।
ୱାହାଜ ୨୦୧୫ ମସିହାରେ ଟିଭି ଧାରାବାହିକ ଇଶ ଇବାଦତରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ସିରିଜରୁ ସେ ବହୁତ ଖ୍ୟାତି ଅର୍ଜନ କରିଥିଲେ। ଟିଭି ଧାରାବାହିକ ଫିତୁରରେ ୱାହାଜଙ୍କ ନେଗେଟିଭ ଚରିତ୍ର ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା। ଏହା ପରେ ସେ ତେରେ ବିନ ଏବଂ ମୁଝେ ପ୍ୟାର ହୁଆ ଥା’ ଶୋ’ରେ କରିଥିଲେ। ଏହି ଉଭୟ ଶୋ ୱାହାଜଙ୍କୁ ରାତାରାତି ତାରକା କରି ଦେଇଥିଲା।

 

Share