ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ…

ଇସଲାମାବାଦ/ନୂଆଦିଲ୍ଲୀ,୧୦।୫ : ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି। ସେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ଉପରେ ମଧ୍ୟ ମକଦ୍ଦମା ଦାଏର କରିବାକୁ ଚାହୁଁଛନ୍ତି। ସେହର ଅଭିଯୋଗ କରିଛନ୍ତି, ପାକିସ୍ତାନରେ ଅରାଜକତା ପାଇଁ ମୋଦି ଏବଂ ର ଦାୟୀ। ଯେତେବେଳେ ସେହର ସୋସିଆଲ ମିଡିଆରେ ଏହିସବୁ ଲେଖିଥିଲେ, ସେତେବେଳେ ଦିଲ୍ଲୀ ପୋଲିସ ଏକ ମଜାଦାର ଉତ୍ତର ଦେଇଥିଲା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ତାଙ୍କର ଟୁଇଟ ଆସିଛି। ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ, ପରେ ସେଠାରେ ଅବସ୍ଥା ଆହୁରି ବିଗିଡି ଯାଇଛିା। ସାରା ଦେଶରେ ନିଆଁ ଲାଗିଛି। ହିଂସାକାଣ୍ଡ ଘଟୁଛି। ସେହୀ ଏଥିପାଇଁ ଭାରତକୁ ଦାୟୀ କରି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଏର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପାକିସ୍ତାନୀ ଅଭିନେତ୍ରୀ ଲେଖିଛନ୍ତି, ’ଦିଲ୍ଲୀ ପୋଲିସର ଅନଲାଇନ ଲିଙ୍କ କେହି ଜାଣନ୍ତି କି? ଆମ ଦେଶ ପାକିସ୍ତାନରେ ଆତଙ୍କବାଦ ଏବଂ ଅରାଜକତା ବିସ୍ତାର କରୁଥିବା ଭାରତୀୟ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଗୁପ୍ତଚର ଏଜେନ୍ସି ର ବିରୋଧରେ ମୁଁ ଏକ ଅଭିଯୋଗ ଦାଖଲ କରିବାକୁ ଚାହୁଁଛି। ଯଦି ଭାରତୀୟ ଅଦାଲତ ସ୍ବାଧୀନ ତେବେ ମୁଁ ନିଶ୍ଚିତ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମୋତେ ନ୍ୟାୟ ଦେବେ।

ତାଙ୍କ ଟୁଇଟର ଜବାବ ଦେଇ ଦିଲ୍ଲୀ ପୋଲିସ ଏହାକୁ କଡାକଡି କରି ଏପରି ଉତ୍ତର ଦେଇଛି ଯାହା ଭାଇରାଲ ହୋଇଛି। ପୋଲିସ ଟୁଇଟ କରି କହିଛି, ବର୍ତ୍ତମାନ ପାକିସ୍ତାନରେ ଆମର ଅଧିକାରୀକ କ୍ଷେତ୍ର ନୁହେଁ। କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ ଯେତେବେଳେ ଆପଣଙ୍କ ଦେଶରେ ଇଣ୍ଟରନେଟ ବନ୍ଦ କରାଯାଇଛି ଆପଣ କିପରି ଟୁଇଟ କରୁଛନ୍ତି। ପାକିସ୍ତାନର ଟେଲିକମ ବିଭାଗ କହିଛି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ମୋବାଇଲ ଡାଟା ସେବା ବନ୍ଦ କରାଯାଇଛି। ସେହିପରି ବିଶ୍ୱ ଇଣ୍ଟରନେଟ ମନିଟର ନେଟବ୍ଲକ କହିଛନ୍ତି ଟୱିଟର, ଫେସବୁକ ଏବଂ ୟୁଟ୍ୟୁବର ପ୍ରବେଶକୁ ଅବରୋଧ କରାଯାଇଛି।

Share